community-health-workers-of-rural-india-or

Jul 15, 2025

ଗ୍ରାମୀଣ ଭାରତର ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ

ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀମାନେ – ଆଶା ଓ ଜନ୍ମଦାତ୍ରୀଙ୍କ ସମେତ – ସମସ୍ତେ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ଵରେ ଅଛନ୍ତି। ତେବେ ଏହି ଆଗଧାଡ଼ିର ସହଯୋଗୀ, ଯେଉଁମାନେ ଅଧିକାଂଶତଃ ମହିଳା, ଅତି କଷ୍ଟକର ପରିସ୍ଥିତିରେ ଓ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବା ସ୍ଥଳେ କାମ କରୁଛନ୍ତି। ସେମାନଙ୍କୁ ମିଳୁଥିବା ସ୍ୱଳ୍ପ ପାରିଶ୍ରମିକ ଠିକ୍‌ ସମୟରେ ଦିଆଯାଉ ନାହିଁ ଓ ଯେତେବେଳେ କୌଣସି ସ୍ଵାସ୍ଥ୍ୟ ସମସ୍ୟା ଉପୁଜେ ସେତେବେଳେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥାର ଧ୍ଵଜା ଧରିବା ପାଇଁ ସେମାନଙ୍କୁ ଖୋଜାପଡ଼େ। ‘ପରୀ’ର ଏହି କାହାଣୀଗୁଡ଼ିକରେ ସେମାନଙ୍କର ପ୍ରଶଂସନୀୟ ଇଚ୍ଛାଶକ୍ତି ଓ ମହତ୍ଵପୂର୍ଣ୍ଣ ସେବା ବିଷୟରେ ପଢନ୍ତୁ।

Want to republish this article? Please write to [email protected] with a cc to [email protected]

Author

PARI Contributors

Translation

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।